No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home Uncategorized

ଛାତ୍ରଛାତ୍ରୀଙ୍କ ନିଆରା ଭ୍ରମଣ କାର୍ଯ୍ୟକ୍ରମ – ଵିଶ୍ଵ ସଂଗ୍ରହାଳୟ ଦିଵସରେ ବୁଲିଲେ ସ୍ୱଳ୍ପ ପରିଚିତ ଗୁରୁତ୍ତ୍ୱ ଵହନ କରୁଥିଵା ଗ୍ରାମାଞ୍ଚଳର ସଂଗ୍ରହାଳୟ

khabaradmin by khabaradmin
May 23, 2019
in Uncategorized
0
ଛାତ୍ରଛାତ୍ରୀଙ୍କ ନିଆରା ଭ୍ରମଣ କାର୍ଯ୍ୟକ୍ରମ – ଵିଶ୍ଵ ସଂଗ୍ରହାଳୟ ଦିଵସରେ ବୁଲିଲେ ସ୍ୱଳ୍ପ ପରିଚିତ ଗୁରୁତ୍ତ୍ୱ ଵହନ କରୁଥିଵା ଗ୍ରାମାଞ୍ଚଳର ସଂଗ୍ରହାଳୟ
0
SHARES
13
VIEWS
Share on FacebookShare on Twitter

୧୮ ମଇ ଥିଲା ଵିଶ୍ଵ ସଂଗ୍ରହାଳୟ ଦିଵସ । ସଂଗ୍ରହାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ଵୃଦ୍ଧି କରେ । ସମୟେ ସମୟେ ସଂଗ୍ରହାଳୟମାନ ବୁଲି ଗବେଷଣାତ୍ମକ ଜ୍ଞାନ ଆହରଣ କରିଵାକୁ ଆମେ ଛାତ୍ରଛାତ୍ରୀଙ୍କୁ ପ୍ରଵର୍ତ୍ତାଇଥାଉ । କିନ୍ତୁ ଦୁଃଖର କଥା ଯେ, ଵିଦେଶରେ ଏପରି ସୁବିଧା ହାତ ପାଆନ୍ତରେ ଥିଵା ଵେଳେ, ଓଡ଼ିଶାରେ ଅଧିକାଂଶ ସଂଗ୍ରହାଳୟମାନ ପ୍ରମୁଖ ସହରଗୁଡ଼ିକରେ ସ୍ଥାପିତ ହୋଇଥିଵାରୁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କପାଇଁ ଏସବୁ ଅପହଞ୍ଚ ହୋଇଥାଏ । ଆର୍ଥିକ ଦୂରଵସ୍ଥା, ଯୋଗାଯୋଗରେ ଅସୁବିଧା କାରଣରୁ ମହାଵିଦ୍ୟାଳୟ ସ୍ତରରେ ନପହଞ୍ଚିଵା ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନେ ଏସବୁ ପ୍ରାୟ ବୁଲି ଦେଖିପାରନ୍ତି ନାହିଁ ।

ଏହି ଅଭାଵକୁ ଅନୁଭଵ କରି ୧୮ ମଇ – ଵିଶ୍ଵ ମ୍ୟୁଜିୟମ ଡେ ଅଵସରରେ ସେଣ୍ଟର ଫର ୟୁଥ ଏଣ୍ଡ ସୋସିଆଲ ୱେଲଫେୟାର, ସଂସ୍ଥା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କପାଇଁ ଏକ ସଂଗ୍ରହାଳୟ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ।

ଏଥିରେ ଵିଜ୍ଞାନରେ ରୁଚି ରଖୁଥିଵା ୨୦ରୁ ଉର୍ଦ୍ଧ୍ବ କିଶୋରକିଶୋରୀ ଅଂଶଗ୍ରହଣ କରିଥିଲେ ।ସେମାନଙ୍କ ଅଞ୍ଚଳର ଅଳ୍ପ ପରିଚିତ ଓ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ତ୍ୱ ବହନ କରୁଥିଵା ଆଞ୍ଚଳିକ ସଂଗ୍ରହାଳୟ ଵାଵଦରେ ସେମାନଙ୍କୁ ଅଵଗତ କରାଇଵା ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଚୟନ ହୋଇଥିଵା ସ୍ଥାନଟି ଥିଲା ପ୍ରଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଉଦ୍ଦେଶ୍ୟରେ ନିଜ ଖଣ୍ଡପଡ଼ା ଵାସ ଭାବନରୁ ସ୍ୱଳ୍ପ ଦୂରରେ ସ୍ଥାପନ ହୋଇଥିଵା ‘ପଠାଣି ସାମନ୍ତ ମ୍ୟୁଜିୟମ’ ।

ପଠାଣି ସାମନ୍ତଙ୍କ ସିଦ୍ଧାନ୍ତରେ ପର୍ଯ୍ୟଵେସିତ ଅତ୍ୟାଧୁନିକ ମଡେଲ ଓ ତାଙ୍କ ନିଜସ୍ୱ ଉଦ୍ଭାଵିତ ଛଅଟି ଉପକରଣ ଏହି ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ଅଟେ । ଦେଶୀୟ ଯନ୍ତ୍ରାଂଶକୁ ଵ୍ୟଵହାର କରି ସମୟ, ଦୂରତା, ଉଚ୍ଚତା, ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି, ଆଵର୍ତ୍ତନ ଓ ପରିକ୍ରମଣ ସମୟ ନିର୍ଭୁଲ ନିର୍ଦ୍ଧାରଣ କରିଵାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କର ଖଗୋଳ ଯନ୍ତ୍ର, ସୂର୍ଯ୍ୟ ଘଡ଼ି, ଜଳ ଘଡ଼ି, ମାନ ଯନ୍ତ୍ର, ଚାପ ଯନ୍ତ୍ର ଵିଜ୍ଞାନ କ୍ଷେତ୍ରରେ ଗୋଟିଏ ଗୋଟିଏ ମଇଲଖୁଣ୍ଟ ।

ଭାରତୀୟ ଜ୍ୟୋତିର୍ଵିଦ୍ ଆର୍ଯ୍ୟଭଟ୍ଟ, ଵରାହ ମିହିର, ବ୍ରହ୍ମଗୁପ୍ତ, ଭାସ୍କରାଚାର୍ଯ୍ୟ ଗଵେଷଣାକୁ ଆହୁରି ଆଗେଇ ନେଇଥିଲେ ପଠାଣି ସାମନ୍ତ । କେହି କେହି ତାଙ୍କୁ ଦ୍ଵିତୀୟ ଭାସ୍କରାଚାର୍ଯ୍ୟ, ଦ୍ଵିତୀୟ ଟେକବ୍ରାହେ (ଡେନମାର୍କ ଜ୍ୟୋତିର୍ବିଦ)ଙ୍କ ଅଖ୍ୟା ଦେଇଛନ୍ତି । ସେ ହେଉଛନ୍ତି ଖାଲି ଆଖିରେ (ଦୂରବୀକ୍ଷଣ ଯନ୍ତ୍ରବିହୀନ) ଗ୍ରହ ନକ୍ଷତ୍ରକୁ ଅନୁଧ୍ୟାନ କରିଥିଵା ପୃଥିବୀର ଶେଷ ଜ୍ୟୋତିର୍ଵିଦ । ଆହୁରି ମଧ୍ୟ ନିଜର ମୃତ୍ୟୁର ଠିକ କାଳ ନିର୍ଦ୍ଧାରଣ କରି, ଜଣେ ବ୍ରିଟିଶ ଅଧିକାରୀ ‘ପାହାଡ଼ର ଉଚ୍ଚତା କେତେ’ ପଚାରନ୍ତେ ତ୍ୱରିତ ଉତ୍ତର ଦେଇ ବ୍ରିଟିଶମାନଙ୍କୁ ଚକିତ କରିଥିଲେ । ସ୍ୱଲିଖିତ ସିଦ୍ଧାନ୍ତ ଦର୍ପଣ ଓ ଆଗାମୀ ୧୦,୦୦୦ ଵର୍ଷ ପାଇଁ  ନିର୍ଭୁଲ ଓଡ଼ିଆ ପଞ୍ଜିକା ତାଙ୍କର ଅମୂଲ୍ୟ ଅଵଦାନ ଅଟେ ।

ପ୍ରଗାଢ଼ ଗଣିତ ଓ ସଂସ୍କୃତ ଜ୍ଞାନ ନିର୍ଭୁଲ ଗଣନାପାଇଁ ସେ ‘ମହାମହୋପାଧ୍ୟାୟ’ରେ ଭୂଷିତ ହୋଇଥିଲେ ।ତାଙ୍କ ଉଦ୍ଭାବିତ ଉପକରଣଗୁଡ଼ିକୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସ୍ତରରୁ ଜାଣିଲେ ସେମାନଙ୍କଠାରେ ଵିଜ୍ଞାନ ପ୍ରତି ରୁଚି ବଢ଼ିବା ସହ ନୂଆ କିଛି ଉଦ୍ଭାବନପାଇଁ ପ୍ରେରଣା ମିଳିଵ ବୋଲି ସିୱାଇଏସଡବ୍ଲୁ ( CYSW,Odisha )ର ସମ୍ପାଦକ ନିତୁରଞ୍ଜନ ଦାଶ କୁହନ୍ତି ।

ଏହି ସଂଗ୍ରହାଳୟଟି ସୁସଂଯୋଜିତ ଓ ଅତ୍ୟାଧୁନିକ ମଡେଲଗୁଡ଼ିକରେ ପରିପୂର୍ଣ୍ଣ । ସେଠାରେ କୋମଳମତି ଛାତ୍ରଛାତ୍ରୀଙ୍କୁ ବୁଝାଇଵାପାଇଁ ଗାଇଡ଼ ଵିଵେକାନନ୍ଦ ରଥ ପିଲାମାନଙ୍କୁ ମଡେଲଗୁଡ଼ିକ ସହ ପରିଚିତ କରାଇ ସେମାନଙ୍କ ଆଗ୍ରହ ଵୃଦ୍ଧି କରିଥିଲେ ।–

Article By Nitu Ranjan Dash

khabaradmin

See author's posts

Previous Post

#ଲୋକସଭାନିର୍ବାଚନ – ଏବେ ଓଡ଼ିଆ ସମେତ ୧୨ଭାଷାର ହାସଟାଗରେ ଟୁଇଟରର ସ୍ୱତନ୍ତ୍ର ଇମୋଜି

Next Post

ଓଡ଼ିଶାରେ ପଞ୍ଚମଥର ସରକାର କରିବାକୁ ନେଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦି

khabaradmin

khabaradmin

Next Post
ଓଡ଼ିଶାରେ ପଞ୍ଚମଥର ସରକାର କରିବାକୁ ନେଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦି

ଓଡ଼ିଶାରେ ପଞ୍ଚମଥର ସରକାର କରିବାକୁ ନେଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦି

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
new-bank-rules

ପହିଲା ଜୁଲାଇ ରୁ ସାରା ଦେଶରେ ଲାଗୁ ହେବ ବ୍ୟାଙ୍କ ପାଇଁ ଏହି ନୂଆ ନିୟମ, ଜାଣି ନିଅନ୍ତୁ ନହଲେ ହେବ ଅସୁବିଧା।

June 30, 2020

EDITOR'S PICK

କପିଲ ଶର୍ମା ଶୋ’ରୁ ସିଦ୍ଧୁ ଆଉଟ୍

କପିଲ ଶର୍ମା ଶୋ’ରୁ ସିଦ୍ଧୁ ଆଉଟ୍

February 16, 2019
character-that-make-you-like-ram-and-sita

ଏହି ତିନୋଟି ଗୁଣ ଆପଣଙ୍କ ଯୋଡ଼ି କୁ ରାମ ସୀତା ଙ୍କ ଭଳି ବନେଇ ଦେବ, ପାଳନ କରନ୍ତୁ

August 7, 2020
ELECTION-2019

#ଲୋକସଭାନିର୍ବାଚନ – ଏବେ ଓଡ଼ିଆ ସମେତ ୧୨ଭାଷାର ହାସଟାଗରେ ଟୁଇଟରର ସ୍ୱତନ୍ତ୍ର ଇମୋଜି

April 5, 2019
kajal-agarwal-gautam-kitchlu

ବ୍ୟବସାୟୀ ଗୌତମ କୀଚଲୁ ଙ୍କୁ ବିବାହ କରିବାକୁ ଯାଉଛନ୍ତି ଦକ୍ଷିଣ ସୁନ୍ଦରୀ କାଜଲ ଅଗ୍ରୱାଲ

October 17, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In