ଶ୍ରାବଣ ମାସ ଏକ ପବିତ୍ର ମାସ, ହିନ୍ଦୁ ଧର୍ମ ର ଲୋକେ ଏହି ମାସରେ ପୂଜା ପାଠ ଓ ଉପବାସ କରି ପ୍ରତି ସୋମବାର ପ୍ରଭୁ ଶିବ ଙ୍କୁ ପୂଜା କରିଥାନ୍ତି,ସୋମବାର ଶୈବ ପୀଠ ଗୁଡିକ ରେ ଅତ୍ୟନ୍ତ ଭିଡ ହୋଇଥାଏ ବିଭିନ୍ନ ସ୍ତାନରୁ କାଉଡିଆ ମାନେ ଜଳଭିଷେକ କରିବାକୁ ଆସିଥାନ୍ତି.
ନିଶ୍ଚିନ୍ତ ଭାବେ ବହୁତ ଲୋକ ଭକ୍ତି ର ସହିତ ଏ ଶୁଭ କର୍ମ କୁ କରିଥାନ୍ତି. କିନ୍ତୁ ଅନେକ ସମୟରେ ଦେଖା ଯାଏ କିଛି ଲୋକ ବିଶେଷ କରି ଯୁବ ଗୋଷ୍ଟି ଖାଲି ବୁଲିବା କୁ ଆଉ ମଜା ମାରିବାକୁ ଆସିଥାନ୍ତି.
ଆଜିକାଲି ଏହି ମାସ ର ସୋମବାର ଶୈବ ପୀଠ ଗୁଡିକରେ ଶିବ ପୂଜା ର ମହତ୍ୟ ବଢା଼ଇଛି ନା ପ୍ରଦୂଷଣ ର କାରଣ ହୋଇଛି ???
ଏହି ମାସ ରେ ଲୋକେ ଶିବ ଙ୍କୁ ପୂଜା କରି ଉପବାସ କରୁଛନ୍ତି ଯାହା ଭକ୍ତି ର ପରିଚୟ ଦେଉଛି ଓ ଅନ୍ୟ ପଟେ ଏହା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଛି , ଶିବ ପୂଜା କରି ଲୋକେ ଗଞ୍ଜେଇ ଜାତୀୟ ନିଶା ଦ୍ରବ୍ୟ ବ୍ୟବହାର କରୁଛନ୍ତି ଯାହା ଲୋକ ଧୀରେ ଧୀରେ ନିଶା ଗ୍ରସ୍ତ୍ୟ ହେଉଛନ୍ତି ଓ ଲୋକେ ଫୁଲ ,ବେଲପତ୍ର ଓ କ୍ଷୀର ଯାହା ଶିବ ଙ୍କ ଲିଙ୍ଗ ଉପରେ ଢ଼ାଳୁ ଛନ୍ତି ତାହା ମଧ୍ୟ ଜମା ହୋଇ ନଦୀ ପୋଖରୀ ଗୁଡିକ ଜଳ ରେ ମିଶି ଜଳ ପ୍ରଦୂଷଣ ହେଉଛି . ଲୋକ ଙ୍କର ଠାକୁର ଙ୍କ ପ୍ରତି ଭକ୍ତି କରିବା ଖରାପ ନୁହେଁ ହେଲେ ଆଜି କଲି ପ୍ରଦର୍ଶନ କରି ଲୋକେ ପ୍ରଦୂଷଣ ର ଶିକାର ହେଉଛନ୍ତି , ଲୋକେ ଚେଷ୍ଟା କଲେ କିଛି ମାତ୍ରା ରେ ପ୍ରଦୂଷଣ କମ କରାଯାଇ ପାରିବ .
ଶ୍ରାବଣ ମାସ କୁ ଲୋକ ମାନେ କାହିଁକି ମାନିଥାନ୍ତି ଆଉ କଉଡିଆ ମାନେ ପ୍ରତି ସୋମବାର ଶୈବ ପୀଠ କୁ ଯିବା ପଛରେ ମହତ୍ୟ କଣ ରହଛି ??
– କାହିଁକି ଶିବ ଲିଙ୍ଗ ରେ ଆମେ କ୍ଷୀର ଆଉ ବେଲପତ୍ର ଦେଇଥାଉ
ହିନ୍ଦୁ ଧର୍ମ ରେ ଏକ ବିଶ୍ୱାସ ଅଛି ଶ୍ରବଣ ମାସ ରେ ଶିବ ଙ୍କ ଉପରେ ପାଣି ଢ଼ାଳିଲେ ମନୋସ୍କାମନା ପୂର୍ଣ୍ଣ ହୁଏ , ପ୍ରଭୁ ଶିବ ହେଉଛନ୍ତି ଏକ ମାତ୍ର ହିନ୍ଦୁ ଭଗବାନ ଯିଏ କ୍ଷୀର ଢାଳି ତାଙ୍କୁ ପୂଜା କରା ଯାଏ ,ପୁରାତନ କଥା ଅଛି ଦେବତା ଗଣ ଓ ଅସୁର ଗଣ ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ବାହାରି ଥିଲା ତାକୁ ଶିବ ଭଗବାନ ପାନ କରି ଜଗତର ମଙ୍ଗଳ କରି ଥିଲେ .
-କାଉଡିଆ ମାନଙ୍କ ଦ୍ୱାରା ପରିବେଶ ଦୂଷିତ ହେଉଛି କିପରି ନିରାକରଣ କରା ଯାଇ ପାରିବ ,
ପ୍ରଭୁ ଶିବ ଙ୍କ ଭକ୍ତି ରେ କାଉଡିଆ ମାନେ ଶିବ ଙ୍କ ଉପରେ ପାଣି ଢାଳି ବାକୁ ଯାନ୍ତି . ଏମାନଙ୍କ ଦ୍ୱାରା ସେମାନେ ବ୍ୟବହାର କରୁ ଥିବା ପ୍ଲାଷ୍ଟିକ କୁ ଏଣେ ତେଣେ ପକେଇ ପରିବେଶ ପ୍ରଦୂଷଣ କରୁଛନ୍ତି , ଯାହା ଦ୍ୱାରା ମନ୍ଦିର ପାଖରେ ଥିବା ଜୀବଜନ୍ତୁ ସେଇ ପ୍ଲାଷ୍ଟିକ ଖାଇ କ୍ଷତି ଗ୍ରସ୍ତ ହେଉଛନ୍ତି, ନଦୀ , ପୋଖରୀ , ଅଳିଆ , ଆବର୍ଜନା ହେଉଛି , କାଉଡିଆ ମାନେ ଭକ୍ତି ନାମରେ ମଧ୍ୟ ଗଞ୍ଜେଇ ଯେମିତି ନିଶା ଦ୍ରବ୍ୟ ମଧ୍ୟ ବ୍ୟବହାର କରୁଛନ୍ତି , ଯାହା ଦ୍ଵାରା ପରିବେଶ ଓ ସମାଜ ଉପରେ ପ୍ରଭାବ ପକାଉଛି ,
-ବେଲପତ୍ର ବାହାରୁଛି ତାକୁ ଆମେ କିପରି ସଠିକ ଭାବେ ବ୍ୟବହାର କରିପାରିବା, ନଦୀ କିମ୍ବା ପୋଖରୀ ରେ ନ ପକେଇ .

ପ୍ରଭୁ ଶୈବ ପୀଠ ରେ ଯେଉଁ ଫୁଲ ଓ ବେଲପତ୍ର କୁ ଦେଇ ଥାଉ . ତାହା ନଷ୍ଟ ନ କରି ଏଣେ ତେଣେ ନ ପକେଇ ଠାକୁରଙ୍କ ପାଖରେ ଗୋଟେ ଜାଗା ରେ ଠୁଳ କରି ଦିଆ ଯାଉ. ତାହା ଶୁଖିଲା ପରେ ତାକୁ କମ୍ପୋଷ୍ଟ ରୂପେ ବ୍ୟବହାର କରା ଯାଇ ପାରିବ , ତା ଦ୍ଵାରା ଆମ ପରିବେଶ ସଫା ଓ ସୁତୁରା ରହିବ.
-ପ୍ରବଳ ମାତ୍ରା ରେ ପ୍ଲାଷ୍ଟିକ ର ବ୍ୟବହାର ହେଉଛି ଆଉ ସେଥିରେ ପ୍ରାଣୀ ମାନଙ୍କ ଉପରେ ପଡୁ ଥିବା କ୍ଷତି କୁ କିପରି ନିରାକରଣ କରିବା.
ଆମେ ଯେଉଁ ପ୍ଲାଷ୍ଟିକ ବ୍ୟବହାର କରୁଛୁ ତା ଦ୍ଵାରା ଜୀବଜନ୍ତୁ କ୍ଷତି ଗ୍ରସ୍ତ ହଉଛନ୍ତି . କିଛି ମାତ୍ରା ରେ ଆମେ ପ୍ଲାଷ୍ଟିକ ବ୍ୟବହାର କମ କରି ଦେଇ ପାରିବା. ପ୍ଲାଷ୍ଟିକ ବ୍ୟବହୃତ ଜାଗା ରେ ଆମେ ପେପର ତିଆରି ଠୁଙ୍ଗା ବ୍ୟବହାର କରିବା . ଆଉ ସବୁ ପ୍ଲାଷ୍ଟିକ ଓ ପେପର ଜାତୀୟ ବସ୍ତୁ ଡଷ୍ଟବିନ ବ୍ୟବହାର କରିବା , ତାକୁ ଏଣେ ତେଣେ ନ ପକେଇ. ତା ଦ୍ଵାରା ଆମ ପରିବେଶ ସଫା ସୁତୁରା ଦେଖା ଯିବ.
-ଭଗବାନ କ ନାମ ରେ ନିଶା ଦ୍ରବ୍ୟ ର ସେବନ .
ଆଜି କାଲି ର ଯୁବ ପଢି କାଉଡିଆ ନାମରେ ଏକ ଛଦ୍ମ ବେଶ ଧାରଣ କରି ମିଛ ଭକ୍ତି ଭାବରେ ନିଶା ଗ୍ରସ୍ତ୍ୟ ହେଉଛନ୍ତି ,ଗଞ୍ଜେଇ ଯେପରି ନିଶା ଜାତୀୟ ଦ୍ରବ୍ୟ ର ସେବନ କରି ସମାଜ ଉପରେ ଖରାପ ପ୍ରଭାବ ପଡୁଛି ,
-ଲୋକମାନଙ୍କୁ ସଚେତନ କିପରି କରାଯିବ , ପରିବେଶ କୁ ସଫା ରଖିବା ସହିତ ନିଜର ବୋଲବମ ଯାତ୍ରା କୁ ବି ସଫଳ କରି ପାରିବେ
ଏହି ଯାତ୍ରା ରେ ନିଶା ଦ୍ରବ୍ୟ ନେଇ ଥିବା ବ୍ୟକ୍ତି ଯିବ ଉଚିତ ନୁହଁ . ଯାତ୍ରୀ ମାନେ ସୃଙ୍ଖଳାର ସହ ଯିବ ଦରକାର . ପ୍ଲାଷ୍ଟିକ ଜାତୀୟ ଜିନିଷ ବ୍ୟବହାର କରିବା ଉଚିତ ନୁହଁ . ସୁରୁଖୁରୁ ରେ ପୂଜା କରିବା ଉଚିତ.