କିଏ ହେବେ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ? ଏହି ପ୍ରଶ୍ନ ଅନେକ ଙ୍କ ମନରେ ଶଙ୍କା ସୃଷ୍ଟି କରେ। କାରଣ ରାଜ୍ୟ ରାଜନୀତିରେ ନବୀନ ଙ୍କ ସ୍ଥାନ ଅଧିକାର କରିବା ଭଳି ବ୍ୟକ୍ତିତ୍ୱ କେହି ଦେଖାଯାଉନାହାଁନ୍ତି। ଉପ ନିର୍ବାଚନଫଳ ବିଜୁ ଜନତା ଦଳକୁ କେବଳ ଆନନ୍ଦିତ କରିନାହିଁ ଆଶ୍ୱସ୍ତ ମଧ୍ୟ କରିଦେଇଛି ଏବଂ ଭବିଷ୍ୟତ ରଣନୀତିର ନିର୍ଧାରଣର ବାଟ ଖୋଲିଦେଇଛି।ନବୀନ ବାବୁଙ୍କର ଉତ୍ତରାଧିକାରୀର ଘୋଷଣାର ବାଟ ଖୋଲିଦେଇଛି।ଏଥର ଉପ ନିର୍ବାଚନରେ ନବୀନବାବୁ ଏବଂ ତାଙ୍କ ଦଳ ଯେଉଁ ପ୍ରୟୋଗାତ୍ମକ ପଦକ୍ଷେପ ଗ୍ରହଣକଲେ ଏବେ ଖାଲି ଅପେକ୍ଷା ପୌର ନିର୍ବାଚନର।ଯଦି ପୌର ନିର୍ବାଚନରେ ମଧ୍ଯ ସମାନଧାରା ଅବ୍ୟାହତ ରୁହେ ତେବେ ନବୀନ ବାବୁଙ୍କର ଉତ୍ତରାଧିକାରୀ ଘୋଷଣାର ବାଟ ଖୋଲିଯିବ।
ସମବାୟ ନିର୍ବାଚନ ହେଉ,ଛାତ୍ର ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ,ସାଧାରଣ ନିର୍ବାଚନ ହେଉ ନବୀନ ବାବୁ କାହାକୁବି ହାଲୁକାରେ ନିଅନ୍ତିନାହିଁ।ସେ ପ୍ରତ୍ୟେକ ନିର୍ବାଚନର ଫଳାଫଳକୁ ଗୁରୁତ୍ୱ ଦିଅନ୍ତି।ଏଥର ପ୍ରଥମଥର ପାଇଁ ଯେଉଁ ପପ୍ରୟୋଗାତ୍ମକ ପଦକ୍ଷେପ ନିଆଗଲା ଯେ ନବୀନ ବାବୂ ଏଥର ନିର୍ବାଚନ ପ୍ରଚାରରେ ବାଲେଶ୍ବର ସଦର କି ତିର୍ତ୍ତଲ ନିର୍ବାଚନମଣ୍ଡଳୀ କୁ ଯିବେ ନାହିଁ।ପୂର୍ବ ରେ ହେଇଥିବା ସବୁ ଉପନିର୍ବାଚନ ରେ ସେ ନିଜେ ଯାଇ ପ୍ରଚାର କରିଛନ୍ତି।ମାତ୍ର ଏହି ନିର୍ବାଚନରେ ଭରଚୁଆଲ ମିଟଟିଂ ସାହଯ୍ୟ ରେ ଲୋକ ମାନଙ୍କୁ ଉତ୍ତବୋଧନ ଦେଇ ବାଲେଶ୍ୱର ରେ ପଦ୍ମ ହାତରୁ ବିଜୟ ଛଡେଇଆଣିବା ସହ ତିର୍ତ୍ତଲ ରେ ନିଜର ଗଡ଼ ମଧ୍ୟ ସୁରକ୍ଷା କରିଦେଲେ।ଏଥର ଭୋଟ୍ ହାର କମିଛି ତଥାପି ବି ୪୦,୦୦୦ ଭୋଟ୍ ରେ ଭାରତୀୟ ଜନତା ପାର୍ଟି କୁ ଶାସକ ଦଳ ପରାସ୍ତ କରିଛି।ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ ମାଧ୍ୟମରେ ଏକ ବିଶେଷ ବାର୍ତା ମଧ୍ୟ ଦେଇଛନ୍ତି କି ତାଙ୍କ ଦଳର କର୍ମୀ ମାନେ ଲୋକ ମାନଙ୍କର ଆସ୍ଥା ଜିଣିପାରିଛନ୍ତି।ଏଥିରୁ ଜଣା ଯାଉଛି ଯେ ନବୀନ ଙ୍କ ଉପସ୍ଥିତି ବିନା ମଧ୍ୟ ବିଜେଡ଼ି ଜିତିପାରିବ।କିନ୍ତୁ ତାଙ୍କୁ କହିବାକୁ ପଡିଲା ଯେ ବାଲେଶ୍ଵର ନିର୍ବାଚନ ମଣ୍ଡଳୀ ତାଙ୍କର।ପୂର୍ବରୁ ଯେମିତି କହିଛନ୍ତି ଯେ ପାଟକୁରା ତାଙ୍କର ହିଂଇଜିଲି ତାଙ୍କର କେନ୍ଦ୍ରାପଡା ତାଙ୍କର ।
ଏଇ ସବୁ ନିର୍ବାଚନ ମଣ୍ଡଳୀ ର ଦାୟିତ୍ୱ ସେ ନିଜେ ବୁଝନ୍ତି।ଏସବୁ ମଧ୍ୟରେ ଆଉ କାହାର ଆସିବାର ପାଦଧ୍ୱନି ଶୁଭିଲାଣି। ନବୀନଙ୍କର ଉତ୍ତରାଧିକାରୀ ତାଙ୍କର ପୁତୁରା ହେଇପାରନ୍ତି ତାଙ୍କର ଭଣଜା ହେଇପାରନ୍ତି କିମ୍ବା ତାଙ୍କର ଦଳରୁ ମଧ୍ୟ କାହାକୁ ନେଇ ବସେଇପାରନ୍ତି।

ମାତ୍ର ଏ ସବୁ ତର୍କ ବିତର୍କ ର ସମାଧାନ ୬ ମାସ ପରେ ହେବାକୁଥିବା ପୌର ନିର୍ବାଚନର ଫଳାଫଳ ପରେ ହେଇଯିବ।୨୦୧୯ ରୁ କଟକ ଭୁବନେଶ୍ୱର ମହାନଗର କାମ ସାରିଲାଣି ମାତ୍ର ଶାସକ ଦଳ ନିର୍ବାଚନ କୁ ଗଡେଇ ଗଡେଇ ଆସୁଥିଲା।ମାତ୍ର ଏଇ ୨ ନିର୍ବାଚନର ଫଳାଫଳ ଶାସକ ଦଳ କୁ ଆଲ୍ହାଦିତ କରିଛି।ପୌର ନିର୍ବାଚନ ହବାକୁ ଯାଉଛି।କେବଳ ଯୋଉ ଆଇନ ଯେ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବିଧେୟକ ଆସିବ ଏଇ ଶୀତକାଳୀନ ଅଧିବେଶନରେ ବିଧାନସଭା ରେ।ନିର୍ବାଚନ ପୂର୍ବରୁ ଯୋଜନା ର ଘୋଷଣା ମଧ୍ୟ ସାରିଲାଣି ଯେପରିକି ବସ୍ତି ବାସିନ୍ଦାଙ୍କୁ ଜମି ପଟା ମିଳିବ।ଏହା ସହିତ ଭୁବନେଶ୍ୱର ବାସିନ୍ଦା ଙ୍କୁ ପାଣି ମଧ୍ୟ ୨୪×୭ ମିଳିବ।ତେଣୁ ଆଗାମୀ ବର୍ଷାଋତୁ ପୂର୍ବରୁ ପୌର ନିର୍ବାଚନ ହେଇଯିବ।
ଏଇ ପୂର୍ବ ୨ ନିର୍ବାଚନ ରେ ଯୋଉ ଅଭୂତପୂର୍ବ ସଫଳତା ମିଳିଲା ଜଣା ଯାଉଛି ଯେ ନବୀନ ବାବୁଙ୍କ ପାଖେ ଏକ ଭଲ ଟିମ୍ ଅଛି।ଵୁଥ୍ ପରିଚାଳନା ଠାରୁ ଆରମ୍ଭ କରି କର୍ମୀ ପରିଚାଳନ ପର୍ଯ୍ୟନ୍ତ ଯଦି ସୁରଖୁରୁ ରେ ହେଇ ଯାଉଛି ତାହା ଆଗାମୀ ପୌର ନିର୍ବାଚନରେ ମଧ୍ୟ ପ୍ରୟୋଗ କରାଯିବ।ଯଦି ପୌର ନିର୍ବାଚନରେ ମଧ୍ୟ ସଫଳ ହେଇଗଲେ ନବୀନ ବାବୁ ନିଜେ ନଯାଇକି ତବେ ଅଗଷ୍ଟ ମାସ ସୁଦ୍ଧା ନୂତନ ଉତ୍ତରାଧିକାରୀ ଘୋଷଣା ର ଯଥେଷ୍ଟ ସମ୍ଭାବନା ରହିଛି।ଉତ୍ତରାଧିକାରୀ କିଏ ମଧ୍ୟ ହେଇପାରେ।ଅନେକ କହୁଛନ୍ତି ଯେ ଅରୁଣ ପଟ୍ଟନାୟକ ଯେ କି ତାଙ୍କ ଭାଇଙ୍କ ପୁଅ ସେ ଆସିପରରନ୍ତି,କେହି ମଧ୍ୟ କହୁଛନ୍ତି ତାଙ୍କର ଭଉଣୀ ଙ୍କର ପୁଅ ମଧ୍ୟ ହେଇ ପାରନ୍ତି ନହଲେ ଆଉ କେହି ମଧ୍ୟ ହେଇ ପାରନ୍ତି।ଆଗରୁ ନବୀନ ବାବୁ ଭୟ କରୁଥିଲେ ତେଣୁ ନିଜେ ଆରକ୍ଷଣ ବଢ଼େଇଦେଲେ।କୌର୍ଟରେ ଖାରଜ ହେଇଗଲା।ଶାସକ ଦଳ ପକ୍ଷରୁ ପିଟିସନ ଦିଅ ଯାଇ ନିର୍ବାଚନକୁ ଗଡେଇ ଦିଅ ଯାଉଥିଲା।ମାତ୍ର ଏଇ ନିର୍ବାଚନ ଫଳାଫଳରୁ ଜଣା ଯାଉଛି ଯେ ଅନ୍ୟ ୨ ବିରୋଧୀ ଦଳ ଲଢେଇ କରିବାର ଅଵସ୍ଥାରେ ନାହାନ୍ତି।
କଂଗ୍ରେସ ତା ଜମା ନାହିଁ।ବିଜେପି ତ କେବଳ ମୋଦିଙ୍କ ଭରସାରେ ରହିଛି।ବିଜୟ ଏତେ ସହଜ ନୁହଁ।ତେଣୁ ପୋୖର ନିର୍ବାଚନ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରାଧିକାରୀ ଘୋଷଣର ସମ୍ବଭନା ରହିଛି। ତେଣୁ ପୋୖର ନିର୍ବାଚନ କୁ ଶାସକ ଦଳ ଗୁରୁତର ସହ ନେବ।କିଛି ଯୋଜନା ଘୋଷଣା କର ଯାଇଛି।ପୌର ଭୋଟରଙ୍କ ପାଇଁ ଯୋଜନାର ପେଡି ଖୋଲିବା। ୨୦୨୧ ଆରମ୍ଭରେ ଆହୁରି ଯୋଜନା ଘୋଷଣା କରାଯିବ।ମେ ମାସ ପୂର୍ବରୁ ନିର୍ବାଚନ ହେବାର ଆଶା ରଖାଯାଇଛି।ସମସ୍ତେ ଭାବୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିବେ।ଆପଣ ଭାବନ୍ତୁ କିଏ ହେବେ ଉତ୍ତରାଧିକାରୀ?ଆପଣ ଅନେକ ଦେଖିଥିବେ ଅରୁଣ ଫ୍ୟାନ କ୍ଲବ,ପଣ୍ଡିଆନ ଫ୍ୟାନ କ୍ଲବ,ବବି ଭାଇ ଫ୍ୟାନ କ୍ଲବ? ଆପଣ ମତାମତ ଦେଇ କୁହନ୍ତୁ କିଏ ହେବେ ଆଗାମୀ ଉତ୍ତରାଧିକାରୀ? ତେବେ ଏଭଳି ଖବର ସହିତ ଅପଡେଟ ରହିବା ପାଇଁ ଆମକୁ ନିଶ୍ଚୟ ଫଲୋ କରନ୍ତୁ।