No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ପ୍ରଯ୍ୟଟନ

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

khabaradmin by khabaradmin
October 21, 2020
in ପ୍ରଯ୍ୟଟନ
0
Boudh-Tourist-places
52
SHARES
89
VIEWS
Share on FacebookShare on Twitter

ବୌଦ୍ଧ ଜିଲା ପର୍ଯ୍ୟଟନସ୍ଥଳର ଗନ୍ତାଘର। ଜିଲାରେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଥିସହିତ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ ।

ବୃଦ୍ଧରୁ ବୌଦ୍ଧ ଜିଲା ଭାବେ ନାମିତ ଏହି ଜିଲା ଐତିହାସିକ ଓ ଗବେଷକମାନଙ୍କୁ ଆକୃଷ୍ଟ କରିଥାଏ। ସମଗ୍ର ବୌଦ୍ଧ ଜିଲାରେ ବିକ୍ଷିପ୍ତ ଭାବେ ବୌଦ୍ଧ କୀର୍ତ୍ତିର ଅବଶିଷ୍ଟାଂଶ ଦେଖିବାକୁ ମିଳେ। ବୌଦ୍ଧ ରାଜପ୍ରାସାଦ ନିକଟରେ ପଦ୍ମଫୁଲ ଉପରେ ଥିବା ସିଂହାସନରେ ୭ ଫୁଟ ଉଚ୍ଚର ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଜିଲାର ନାମକୁ ସାର୍ଥକ କରୁଛି। ଏହି ବୁଦ୍ଧ ମୂର୍ତ୍ତି ଯୋଡା ପଥରରେ ନିର୍ମିତ। ମୂର୍ତ୍ତିର ଉଭୟ ପାର୍ଶ୍ୱ ସ୍ତମ୍ଭରେ ଦୁଇଜଣ ଗନ୍ଧର୍ବ ହାତରେ ଫୁଲମାଳ ନେଇ ଉଡନ୍ତା ଅବସ୍ଥାରେ ରହିଛନ୍ତି । ଏହିଠାରେ ମାଟିତଳେ ବୁଦ୍ଧବିହାର ଓ ବୌଦ୍ଧ ଧର୍ମର ଶିକ୍ଷା କେନ୍ଦ୍ର ଅବସ୍ଥିତ । ତେବେ ଏହି ବୁଦ୍ଧକୀର୍ତ୍ତି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଥିଲେ ମଧ୍ୟ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ।

Rameswar Temple, Boudh

ସେହିପରି ବୌଦ୍ଧ ସହରରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡ଼କରେ ୧୭ କିଲୋମିଟର ଗଲେ ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧବିହାର ପଡିବ। ଏହି ବୁଦ୍ଧ ବିହାରର ଭଗ୍ନାବଶେଷ ମଧ୍ୟ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ। ତେବେ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ବେଳେ ପ୍ରଶାସନିକ ଏବଂ ରାଜନୈତିକସ୍ତରରେ ପ୍ରୟାସ କରାଯାଉ ନ ଥିବାରୁ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ। ଜିଲାରେ ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇ ପ୍ରୟାସ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା । ଜିଲାରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଭରି ରହିଥିଲେ ମଧ୍ୟ ତା’ର ବିକାଶ ହୋଇପାରୁନାହିଁ।

Jogindra Villa Palace Boudh

ପଶ୍ଚିମ ଓଡ଼଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୫ଟି ସଂରକ୍ଷିତ କୀର୍ତ୍ତିରାଜି ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୂର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିରରେ ଐତିହାସିକ, ଗବେଷକ ଓ ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ରହିଛି। ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତର ପାତାଳି ଶ୍ରୀକ୍ଷେତ୍ର ନାୟକ ପଡା ଗୁମ୍ପା ଓ କଣ୍ଟାମାଳ ରେଘାମୁଣ୍ଡାର ଦେଢଶୁର ଭାଇବୋହୂ ପାହାଡର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି।

Charisambhu Temple
Rajbati of Boudh

ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା ଭୈରବୀଙ୍କ ମନ୍ଦିର, ରାମଗଡ ଓ କରଡିଠାରେ ଥିବା ଶିବ ମନ୍ଦିର, ପଦ୍ମତୋଳା ଅଭୟାରଣ୍ୟ, ତଳଗାଁ ଡମକୁଚର ମନଲୋଭା ପ୍ରାକୃତିକ ଦୃଶ୍ୟ, ବାଉଁଶୁଣୀର ପ୍ରସିଦ୍ଧ ଶିବ ମନ୍ଦିର, ବଘିଆପଡାର ପଞ୍ଚୁପାଣ୍ଡବ ମନ୍ଦିର, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଆଦି ଅନେକ କୀର୍ତ୍ତିରାଜି ଜିଲାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶରେ ସହାୟକ ହୋଇପାରିବ। ସେହିପରି ମହାନଦୀ ଭିତରେ ରହିଥିବା ମର୍ଜାକୁଦ ଇକୋ ଟୁରିଜିମର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ଯଦି ଏସବୁ ପ୍ରତି ଗୁରୁତ୍ୱ ଦେବା ସହ ବୌଦ୍ଧ ଜିଲାରେ ଥିବା କୀର୍ତ୍ତିରାଜି ଓ ସୌନ୍ଦର୍ଯ୍ୟ ଗୁଡିକର ବିକାଶ କରାଇପାରିଲେ ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ପରିଚିତ ନାଁ ହୋଇପାରିବ .

khabaradmin

See author's posts

Tags: Odisha Tourism
Next Post

ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା

khabaradmin

khabaradmin

Next Post
ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା

ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
new-bank-rules

ପହିଲା ଜୁଲାଇ ରୁ ସାରା ଦେଶରେ ଲାଗୁ ହେବ ବ୍ୟାଙ୍କ ପାଇଁ ଏହି ନୂଆ ନିୟମ, ଜାଣି ନିଅନ୍ତୁ ନହଲେ ହେବ ଅସୁବିଧା।

June 30, 2020

EDITOR'S PICK

ରୂପି ସମସ୍ୟା ରୁ କିପରି ମୁକ୍ତି ପାଇବେ ଜାଣନ୍ତୁ। ଘନା କଳା କେଶ ପାଇଁ ଟିପ୍ସ

ରୂପି ସମସ୍ୟା ରୁ କିପରି ମୁକ୍ତି ପାଇବେ ଜାଣନ୍ତୁ। ଘନା କଳା କେଶ ପାଇଁ ଟିପ୍ସ

June 17, 2020
character-that-make-you-like-ram-and-sita

ଏହି ତିନୋଟି ଗୁଣ ଆପଣଙ୍କ ଯୋଡ଼ି କୁ ରାମ ସୀତା ଙ୍କ ଭଳି ବନେଇ ଦେବ, ପାଳନ କରନ୍ତୁ

August 7, 2020
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

February 16, 2019
ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବେ ପନ୍ତ,ଶଙ୍କର ଓ ରାହଣେ!

ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବେ ପନ୍ତ,ଶଙ୍କର ଓ ରାହଣେ!

February 12, 2019

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In