ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ମୋଦି । ପୁଣିଥରେ ବହୁମତ ସହ ସତ୍ତାକୁ ଫେରୁଥିବା ବିଜେଡି ଏବଂ ବିଜେଡି ସୁପ୍ରିମୋଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଦେଲେ ନରେନ୍ଦ୍ର ମୋଦି । ଏହାସହ ମୋଦି ଲେଖିଛନ୍ତି, ‘ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା ।’