କିଛି ଦିନ ପୂର୍ବେ ପେରୁ ରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ରେ ଗୋଟେ ପିଲା ରାସ୍ତା କଡ଼ ରେ ନିଜର ପାଠ ପଢୁଥିବାର ଦେଖା ଯାଇଥିଲା। ଏହି ପିଲାଟି ଏଇଥିପାଇଁ ସେଇ ରାସ୍ତା କଡ଼ ରେ ପଢୁଥିଲା କାହିଁକି ନା ତାଙ୍କ ଘରେ ବିଜୁଳି ର କିଛି ବ୍ୟବସ୍ତା ନଥିଲା। ପ୍ରକୃତରେ ତାଙ୍କ ଘରେ ଏତେ ଟଙ୍କା ନଥିଲା କି ସେମାନେ ବିଜୁଳି ଆଲୁଅ ଉପଭୋଗ କରି ପାରିବେ। ଆରମ୍ଭ ରେ ସିସିଟିଭି ଫୁଟେଜ ରେ ପୋଲିସ ପିଲାଟିକୁ ଗୋଟେ ଚୋର ବୋଲି ଭାବି ନେଇଥିଲା। କିନ୍ତୁ ଯେତେବେଳେ ସେଇ ପିଲାଟିକୁ ପଢୁଥିବାର ଦେଖିଲା ତାଙ୍କର ହୃଦୟ ତରଳି ଗଲା। ପରେ ପରେ ଭିଡିଓ ଭାଇରାଲ ହୋଇଗଲା। ତାଜା ଖବର ଏଇଆ କି ଏହି ପିଲା ଉପରେ ଗୋଟେ କୋଟିପତି ର ନଜର ପଡିଗଲା ଯିଏ କି ତାର ଏଇ ରାସ୍ତା କଡ଼ ରେ ପଢ଼ିବାର ମଜବୁରୀ କୁ ଦୂର କରିଦେଲା।
ସେଇ ପିଲାଟି ର ନାମ ଭିକ୍ଟର ମାର୍ଟିନ ଇଂଯ୍ୟୁଲୋ ଅଟେ। ଏହି ପିଲାର ଆର୍ଥିକ ସ୍ଥିତି ଆଦୌ ସକ୍ଷମ ନୁହଁ। ଯେଉଁଥିପାଇଁ ତାର ଘରେ ବିଜୁଳି ପାଇଁ ବ୍ୟବସ୍ଥା କରିବା ପାଇଁ ମଧ୍ୟ ବ୍ୟବସ୍ତା ନଥିଲା। ମା କହିଥିଲେ କି ଦିନ ର ଆଲୋକ ରେ ଭିକ୍ଟର ନିଜର ଏସାଇନମେଣ୍ଟ ପୁରା କରିପାରି ନଥିଲା। ସେଥିପାଇଁ ସେ ସଡକ ପାଖରେ ଲାଗିଥିବା ଆଲୁଅ ରେ ନିଜର ପଢ଼ା ପୁରା କରୁଥିଲା। ଆପଣ ମାନେ ଜାଣି ରଖନ୍ତୁ କି ମୋକ ସହର ର ୫% ପ୍ରତିଶତ ଲୋକ ନିଜର ବିଜୁଳି ଖର୍ଚ୍ଚ ଉଠେଇବାକୁ ଅକ୍ଷମ।
ମିଡ଼ିଲ ଇଷ୍ଟ ର ବହରିନ ରେ ରହୁଥିବା ୩୧ ବର୍ଷୀୟ ବିଜିନେସମ୍ୟାନ ୟାକୁବ ୟୁସୁଫ ଅହମ୍ମଦ ମୁବାରକ ବହୁତ ଧନୀ। ଯେତେବେଳେ ତାଙ୍କ ନଜର ଏଇ ଛୁଆ ଉପରେ ପଡିଲା ତାଙ୍କୁ ତାଙ୍କର ପିଲା ବେଳ ମନେ ପଡିଗଲା। ତା ପରେ ସେ ନିଷ୍ପତ୍ତି ନେଲେ କି ସେ ଏଇ ଛୁଆ ର କଷ୍ଟ ଦୂର କରିବେ। ସେ ସେଇ ଛୁଆ ର ଘର କୁ ଦୁଇ ତାଲା ବନେଇବାକୁ ଏବଂ ସେଠି ବିଜୁଳି ବ୍ୟବସ୍ଥା କରିବାକୁ କଥା ଦେଇଛନ୍ତି।
ୟାକୁବ କେବଳ ଭିକ୍ଟର ର ନୁହଁ ବରଂ ତା ସ୍କୁଲ ରେ ପଢ଼ୁଥିବା ବହୁତ ପିଲାଙ୍କୁ ସାହାଯ୍ୟ କରୁଛନ୍ତି ଆଉ ତାଙ୍କ ଜୀବନ ବଦଳାଉ ଛନ୍ତି। ସେ ସେଇ ସ୍କୁଲ କୁ ଆହୁରି ଉନ୍ନତ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି ଯାହା ପାଇଁ ଭିକ୍ଟର ତାଙ୍କୁ ନିଜ ହୃଦୟ ରୁ ଧନ୍ୟବାଦ ଜଣେଇ ବାକୁ ଚାହୁଛନ୍ତି। ଠିକ ସେଇ ସମୟରେ ଭିକ୍ଟର ର ମା କହିଲେ କି ମୁ ବହୁତ ଆଶ୍ଚର୍ଯ୍ୟ ହେଇ ଯାଉଛି କି କେହି ଦୂର ଦେଶ ର ଲୋକ ଆମ ସାହାଯ୍ୟ ପାଇଁ ଆଗେଇ ଆସିଲେ। କାହିଁକି ନା ଏମିତି କେହି ବି କରନ୍ତିନି । ଅବଶ୍ୟ ସେଇ ସାହାଯ୍ୟ ପାଇଁ ସେ ୟୁସୁଫ ଙ୍କୁ ହୃଦୟ ର ସହ ଧନ୍ୟବାଦ କହିଲେ। କହି ରଖୁଚୁ , ୟାକୁବ ଭିକ୍ଟର ର ମା ଙ୍କୁ ପାଖା ପାଖି ଦୁଇ ହଜାର ଡ଼ଲାର (୧ ଲକ୍ଷ ୩୦ ହଜାର) ଟଙ୍କା ବିଜିନେସ ପାଇଁ ବି ଦେଇଥିଲେ।