ଘର ବନେଇବା ଆଉ ତାକୁ ସଜେଇବା ବହୁତ କଷ୍ଟକର କାମ ହୋଇଥାଏ। ଜୀବନ ବିତିଯାଏ ଗୋଟେ ଗୋଟେ ଘର ବନେଇବା ରେ । କିନ୍ତୁ ଯେତେବେଳେ ତାହା ବନିକରି ପ୍ରସ୍ତୁତ ହୋଇଯାଏ ତ ଆମେ ଗର୍ବ ର ସହ କହୁ କି ଏହା ଆମ ସ୍ୱପ୍ନର ଘର। ଟେକ୍ସସ ର ହଉସ୍ଟନ ସହର ରେ ରହୁଥିବା ବିଲ ବ୍ରାକ୍ସ ବି ନିଜର ସ୍ବପ୍ନ ର ଘର ବନେଇବାରେ ସଫଳ ହୋଇଛନ୍ତି। ଯାହାକୁ ଲୋକ ମାନେ ଭିତରୁ ଦେଖିବାକୁ ବହୁତ ଇଛା ରଖିଥାନ୍ତି। ସେ ପ୍ରକୃତରେ ଇଟା ଆଉ ସିମେଣ୍ଟ ବଦଳରେ ଲୁହା ର କଂଟେନର ଦ୍ୱାରା ଘର ବନେଇବାକୁ ଚେଷ୍ଟା କରିଥିଲେ ଆଉ ସଫଳ ବି ହେଇଛନ୍ତି। ଏହି ଘର ବାହାରୁ ବଡ ବଡ଼ କଂଟେନର ର ଗୋଟେ ଗଦା ଦେଖାଯାଏ।
୧୧ ସିପିଙ୍ଗ କଂଟେନର ଦ୍ୱାରା ବନା ଯାଇଥିବା ଏହି ୩ ମହଲା ବିଶିଷ୍ଟ ଘର ହଉସ୍ତନ ସହର ର ମଝା ମଝିରେ ମେକଗୋବେଂନ ସ୍ତ୍ରୀତ ରେ ଅଛି। ୨୫୦୦ ବର୍ଗ ଫୁଟ ରେ ବିସ୍ତାରିତ ଏହି ଘର ଭିତରୁ ସମ୍ପୂର୍ଣ ରୂପେ ସଜ୍ଜିତ ଅଛି। ଏହା ବାହାରୁ ସେମିତି ହି ଦେଖାଯାଏ ଯେମିତି କି ବ୍ରାକ୍ସ ଭାବିଥିଲେ । ସେ ଏହି ଘର ର ସ୍ବପ୍ନ ୨୦୦୦ ମସିହା ରେ ଦେଖିଥିଲେ ଯାହାକୁ ବାସ୍ତବ ହବାରେ ବହୁତ ସମୟ ଲାଗିଲା। ବିଲ ଙ୍କ ଭାବନା ବହୁତ ଅଲଗା ଥିଲା ଆଉ ସେ ଏହି କାରିଗର ଖୋଜିବାରେ ବହୁତ ସମୟ ଲଗେଇ ଦେଲେ। ତାଙ୍କୁ ବହୁତ କଷ୍ଟ ହୋଇଛି ଏମିତି ଏକ କାରିଗର ଖୋଜିବାରେ ଯିଏ କି ତାଙ୍କ ସ୍ବପ୍ନ କୁ ବାସ୍ତବ ରେ ପରିଣତ କରିପାରିବ। ଯେତେବେଳେ ତାଙ୍କୁ କେହି ବି କାରିଗର ମିଳିଲେନି ସେତେବେଳେ ୨୦୧୧ ରେ ସେ ନିଜେ ସେଇ ଘର ବନେଇବାକୁ ଆରମ୍ଭ କରିଦେଲେ।

ସବୁଠୁ ପ୍ରଥମେ ବିଲ ନିଜ ଘର ର ଏକ ୩ଡ଼ି ସ୍କେଚ ତିଆରି କଲେ । ଏହା ପରେ ସେ ଏଇ ଘର ବନେଇବା ଆରମ୍ବ କରିଦେଲେ। ଆଜି ସେ ଏକ ଅଲଗା ପ୍ରକାର ଘର ର ମାଲିକ । ବିଲ କୁହନ୍ତି କି ସେ ବହୁତ ପୂର୍ବରୁ ଏହା ଭାବିସାରିଥିଲେ କି ସେ କଂଟେନର ରୁ ଘର ବନେଇବେ। କିନ୍ତୁ ସିପିଙ୍ଗ କଂଟେନର ହି କାହିଁକି?

ବିଲ ସିପିଙ୍ଗ କଂଟେନର ଏଥିପାଇଁ ବାଛିଥିଲେ କାହିଁକି ନା ଏହା ବହୁତ ମଜବୁତ ହୋଇଥାଏ। ଆଜ୍ଞା ହଁ ଏହି କଂଟେନର ଉପରେ ନିଆଁ ପାଣି ଆଉ ତୋଫାନ ର ବେସି ପ୍ରଭାବ ପଡିନଥାଏ। ଏହା ସହ ସେଗୁଡା ବହୁତ ବର୍ଷ ଯାଏ ଚାଲିଥାଏ । ଘର ସଫା ରହିଥାଏ। ମଜବୁତ ରହିଥାଏ, ଆଉ ବହୁତ କମ ଖର୍ଚ୍ଚ ରେ ମଧ୍ୟ ଚାଲିଥାଏ। ବିଲ ବ୍ୟବହାର ହୋଇଥିବା ଜିନିଷ ର ପୁନଃବ୍ୟବହାର କରିବାର ଏକ ବହୁତ ଉତ୍ତମ ଉପାୟ ବାହାର କଲେ। ଏହିପାଇଁ ଆଜି ତାଙ୍କୁ ଦୁନିଆ ସାରା ବହୁତ ଲୋକ ଜାଣିଛନ୍ତି। ତାଙ୍କର ଏହି ଉପାୟ ପାଇଁ ତାଙ୍କୁ ବହୁତ ଧନ୍ୟବାଦ।