କଟକ: କଣ ଆଜି ଆପଣ ସମସ୍ତେ ବାଲି ଯାତ୍ରା ର ସେଇ ଅମାପ ଆନନ୍ଦ ଦାୟକ ମାହୋଲ କୁ ଉପଭୋଗ କରି ପାରୁ ନାହାନ୍ତି। ତାହେଲେ ଆଜି ଆପଣ ଶୁଣନ୍ତୁ ସେଇ ଆନନ୍ଦଦାୟକ ଯାତ୍ରା ବାବଦରେ। ଆମ ବାଲି ଯାତ୍ରା କୁ ଆମ ପାରମ୍ପରିକ ଖାଦ୍ୟ ବିନା ଆଉ କେହି ବି ସେତିକି ପୁର୍ଣ୍ଣ କରିପାରିବେ ନାହିଁ। ଆଜି ହୁଏତ ସେଇ ପାରମ୍ପରିକ ଖାଦ୍ୟ ର ମହତ୍ତ୍ୱ ଆମ ଭିତରେ ପୁରା ପୁରି ସରି ଯାଇଛି। ଆଜି ହୁଏତ କିଛି ନୁଡ଼ଲସ ଆଉ କିଛି ପାଶ୍ଚାତ୍ୟ ଖାଦ୍ୟ ଯେମିତି କି ପିଜ୍ଜା , ବର୍ଗର ଆଉ ଅନ୍ୟ କିଛି ଖାଦ୍ୟ ସଂସ୍ପର୍ଶ ରେ ଆସି ଆମ ଖାଦ୍ୟ ହୁଏତ ଆଜି ଆଉ ଆଦୃତ ହଉନି। ଆଜି ଆମ ସହରୀ ଆଉ ବିଜ୍ଞାପିତ ଅଂଚଳ ରେ ଆମ ଓଡ଼ିଆ ଖାଦ୍ୟ ଆଉ ଆଦୃତ ହେଉନି ଆଉ ସେଇ ପାଶ୍ଚାତ୍ୟ ଖାଦ୍ୟ ଗୁଡିକୁ ଅଧିକ ଆଦର କରା ଯାଉଛି , ମାତ୍ର ଆମ ଖାଦ୍ୟ ହେଉଛି ସେଇଆ ଯାହା କି ଆମ ସଂସ୍କୃତି କୁ ସ୍ଥାପନ କରିଛି।

ଯଦି ଆପଣଙ୍କ ବିଶ୍ୱାସ ହଉନି ଆଉ ଆପଣଙ୍କୁ ପ୍ରମାଣ ଦରକାର ତାହେଲେ ଏହି ଯାତ୍ରା ର ଏକ ଷ୍ଟଲ କୁ ଆସନ୍ତୁ ଯାହା କି କିଛି ଏମିତି ଓଡ଼ିଆ ଖାଦ୍ୟ ବିକ୍ରି କରୁଛି ଯାହା କି ଆମ ଲୋକ ମାନଙ୍କ ଠାରୁ ଧୀରେ ଧୀରେ ଦୁରକୁ ଚାଲି ଯାଉଛି। ଏଠାରେ ବହୁତ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯେମିତି କି ଚକୁଳି ପିଠା, ମଣ୍ଡା, କାକରା, ନଡିଆ ବରା, ଏଣ୍ଡୁରି ପିଠା, ଓଡିଶା ପ୍ରସିଦ୍ଧ ଠୁଙ୍କା ପୁରୀ, ଖିରି, ଆଉ ସୁଜି ଯେମିତି ବହୁତ ପ୍ରକାର ର ଅନ୍ୟ ଓଡ଼ିଆ ଖାଦ୍ୟ ମିଳୁଛି ଯାହା କି ଲୋକଙ୍କୁ ବହୁତ ସ୍ୱାଦିଷ୍ଟ ଆଉ ଆନନ୍ଦ ଦାୟକ ଲାଗୁଛି।


ଏହି ଷ୍ଟଲ ପାଖରେ ଥିବା ଲୋକ ଭିଡ଼ ଆମକୁ ସଫା ସଫା ଏଇଆ କହିଦଉଛି କି ଆଜି ବି ଆମ ପରମ୍ପରା ତଥା ଆମ ପାରମ୍ପରିକ ଖାଦ୍ୟ ର ଲୋକ ପ୍ରିୟତା କମ ହେଇନି ଆଉ ଏହା ଆଜି ବି ଆମ ହୃଦୟ ଭିତରେ ଜୀବିତ ଅଛି। ବିଶେଷ କରି ଆମ ଯୁବ ଜନତା ଭିତରେ ଏହି ପାରମ୍ପରିକ ଖାଦ୍ୟ କୁ ନେଇ ବହୁତ ଇଛା ଦେଖି ହଉଛି। ଲୋକ ହୁଏତ ଏହି ଦେଶ ରୁ ବହୁତ ଦୂର କୁ ଯାଇ ପାରନ୍ତି ମାତ୍ର ତାଙ୍କ ଓଡ଼ିଆ ଖାଦ୍ୟ ପ୍ରତି ଥିବା ଶରଧା କେବେ ବି କମ ହେବ ନାହିଁ। ଏହା ସେମିତି କାଳଜୟୀ ରହିବ। ଆମ ଐତିହାସିକ ବାଲି ଯାତ୍ରା ହେଉଛି ଏମିତି ଏକ ଜାଗା ଯେଉଁଠି କି ଆମ ଓଡ଼ିଆ ପରମ୍ପରା କୁ ବହୁତ ସମ୍ମାନ ଦିଆଯାଏ । ସେମିତି ହି ଆମ ପାରମ୍ପରିକ ଖାଦ୍ୟ ବି ଆମ ପରମ୍ପରା ର ଏକ ଦୁର୍ଲଭ ଅଂଶ। ଏହା ମଧ୍ୟ ଆମ ଲୋକଙ୍କ ଭିତରେ ବର୍ବାଦ ହେଇଯାଉଥିଲା। ମାତ୍ର ଏହି ବାଲି ଯାତ୍ରା ଦ୍ୱାରା ହି ତାହା ପୁଣି ଜାଗ୍ରତ ହେଉଛି।