କନ୍ନୌଜ : ଉତ୍ତରପ୍ରଦେଶର କନ୍ନୌଜରେ ନମାଜ ପଢିବା ପାଇଁ ଏକାଠି ହୋଇଥିଲେ ଲୋକମାନେ । ଏହାକୁ ରୋକିବାକୁ ପୁଲିସ ସେଠାରେ ପହଞ୍ଚିଥିଲା । ଏହି ପୁଲିସ ଟିମ ଉପରକୁ ସେମାନେ ଆକ୍ରମଣ କରିଥିବା ଖବର ଆସିଛି । ଖବର ମୁତାବକ ଗୋଟିଏ ଘରେ ପାଖାପାଖି ୩୦ ଲୋକ ନମାଜ ପାଇଁ ଏକାଠି ହୋଇଥିଲେ । ଏହାର ଖବର ପାଇଁ ପୁଲିସ କର୍ମଚାରୀମାନେ ସେଠାକୁ ପଚରାଉଚାର ପାଇଯାଇଥିଲେ । ସେହିପରି ଲୋକମାନେ ଛାତ ଉପରୁ ପୁଲିସ କର୍ମଚାରୀଙ୍କ ଉପରକେ ଢେଲା, ପଥର ଫୋପାଡି ଥିଲେ । ଏହି ଆକ୍ରମଣରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା କନ୍ନୋଜ ଏସିପି ଅମରେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । କେତେକ ଲୋକଙ୍କ ଏହି ମାମଲାରେ ଗିରଫ ମଧ୍ୟ କରାଯାଇଥିବା ସେ କହିଛନ୍ତି ।