ଜୁନ 16 ତାରିଖରେ ଉଭୟ ଭାରତ ଏବଂ ଚୀନ ସେନାର ବରିଷ୍ଟ ଅଧିକାରୀ ମାନେ ଏକ ବୈଠକରେ ଚୀନ ସୀମାରେ ତାର ଯବାନ ମାନଙ୍କ ସଂଖ୍ୟା କମାଇବା ସହିତ ଗଲୱାନ ଉପତ୍ୟାକାରେ ନିଜ ଅଞ୍ଚଳକୁ ଫେରିଯିବା ପାଇଁ କହିଥିଲା ମାତ୍ର ଚୀନର ସ୍ଥିତି ବସ୍ଥାରେ ମଧ୍ୟ କିଛି ହେଲେ ପରିବର୍ତ୍ତନ ହୋଇନଥିଲା । ଯେଉଁଥିପାଇଁ 16 ବିହାର ରେଣ୍ଟିମେଣ୍ଟର କର୍ଣ୍ଣେଲ ବି ସନ୍ତୋଷ ବାବୁ ଙ୍କ ସହିତ ଭାରତୀୟ ସେନାର କିଛି ଦଳ ତାଙ୍କ ସହିତ ଚୀନ ସେନା ମାନଙ୍କ ସହ କଥା ହେବା ପାଇଁ ଯାଇଥିଲେ । ମାତ୍ର ଆଲୋଚନାରେ ଚୀନ ସେନା ମାନେ ଉତକ୍ଷିପ୍ତ ହୋଇ ଭାରତୀୟ ସେନା ମାନଙ୍କ ପ୍ରତି ଆକ୍ରମଣ କରିଥିଲେ ।
ଯେଉଁ ଆକ୍ରମଣରେ କି କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହିତ ଅନ୍ୟ କିଛି ଭାରତୀୟ ଯବାନ ପ୍ରାଣ ହରାଇଛନ୍ତି । ତେବେ ସେହି ଯୁଦ୍ଧରେ ସହିଦ ହୋଇଥିବା ଯବାନ ମଧ୍ୟରୁ ଓଡିଶାର ଦୁଇ ଯବାନ ମଧ୍ୟ ରହିଥିଲେ , ଯେଉଁମାନେ କି ସେହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି ।
ସେହି ଦୁଇ ଯବାନ ମଧ୍ୟରୁ ଜଣେ ହେଉଛନ୍ତି କଦ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ରିଆଙ୍ଗପାଙ୍ଗାର ସୈନିକ ଚନ୍ଦ୍ରକାନ୍ତ ପ୍ରଧାନ । ଯାହାଙ୍କର ବୟସ 28 ବର୍ଷ , ଏବଂ ୟିଏ କି 6 ବର୍ଷ ତଳେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଯିଏ କି ଦୁଇ ବର୍ଷ ହେଲା ଲଦାଖରେ ଡିୟୁଟି କରୁଥିଲେ ।ସେହିପରି ଅନ୍ୟ ଜଣେ ହେଉଛନ୍ତି ମୟୂରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ଯିଏ କି ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ ।

ତେବେ ଏବେ ଦୁଇ ଓଡିଆଙ୍କ ସହିଦ ଖବର ଆସିଲା ପରେ ଦୁଇ ଗାଁର ପରିବାର ଲୋକ ଏବଂ ଗାଁ ଲୋକମାନେ ବହୁତ ଦୁଃଖିତ ହୋଇପଡିଛନ୍ତି । ଚନ୍ଦ୍ରକାନ୍ତ ସହିଦ ହେବା ପରେ ତାଙ୍କ ଘର ଲୋକ ପୁରା ଭାଙ୍ଗି ପଡିଛନ୍ତି ଏବଂ କହିଲେ କି ସେହିଁ ଆମ ଘରର ଜଣେ ରୋଜଗାରିଆ ପୁଅ ଥିଲା । ସେ କହିଛନ୍ତି କି ତାଙ୍କର ପୁଅର ସହିଦ ହେବାର ଖବର ସୁବେଦାର ଡିସି ପ୍ରଧାନ ଫୋନ କରି କହିଛନ୍ତି ।
ନନ୍ଦୁରାମ ସୋରେନର ବଡ ଭାଇ କହିଛନ୍ତି କି ତାଙ୍କ ଘରର ଲୋକମାନେ ବହୁତ ଦୁଃଖିତ ଅଛନ୍ତି । ଏହା ଛଡା ତାଙ୍କର ଘରେ ଦୁଇ ପିଲା ଏବଂ ତିନି ଭଉଣୀ ଅଛନ୍ତି , ସେ ହିଁ ଘରର ସମସ୍ତ କଥା ବୁଝୁଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁରେ ସମସ୍ତ ଗାଁ ଲୋକଙ୍କ ସହିତ ପରିବାର ଲୋକ ମଧ୍ୟ ବହୁତ ଶୋକ ପ୍ରକାଶ କରୁଛନ୍ତି । ଏହା ସହିତ ଆସନ୍ତା କାଲି ସହିଦଙ୍କର ମୃତ ଶରୀର ଘରେ ଆସି ପହଞ୍ଚିବାର କୁହାଯାଇଚି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।