ବେଷ୍ଟ ଅଫ ଓଡିଶା ୱେବସାଇଟ (Best of Odisha) କୁ ଆପଣ ମାନଙ୍କୁ ସ୍ୱାଗତ।ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ବିଷୟରେ କହିବାକୁ ଯାଉଛୁ।
ପ୍ରକୃତି ଆଉ ମଣିଷ କାହିଁ କେଉଁ ଆଦିମ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରକୃତିର ରୂପ ତ ସବୁବେଳେ ମନୋରମ।ପ୍ରକୃତି ତାର ସବୁ ଜିମାର ଓଢଣୀରେ ଅଢେଇ ଦିଏ ଏହି ଧରା ପୃଷ୍ଠକୁ। ପ୍ରକୃତି ବାଛ ବିଚାର ନ କରି ସମସ୍ତଙ୍କୁ ପରସି ଦେଇଛି ତାର ସବୁଜିମା। ଆମ ଓଡ଼ିଶା ବା ସେଥିରୁ କେମିତି ବାଦ ପଡିବ। ସେହି ସୌନ୍ଦର୍ଯ୍ୟମୟ ପୃଥିବୀର ଏକ ଅନନ୍ୟ ରୂପ ଦେଖିବାକୁ ମିଳେ ଆମ ଓଡିଶାରେ।ଓଡ଼ିଶାର କେନ୍ଦୁଝର ଜିଲ୍ଲା ଯାହାର ମାଟି,ପାଣି,ପବନରେ ଭାରି ରହିଛି ଏକ ଅନନ୍ୟ ଅନୋରମ।ଯାହାକି ଟାଣି ଆଣିଥାଏ ରାଜ୍ୟ କିମ୍ବା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ।କାରଣ ସେଠାରେ ପ୍ରକୃତି କଥା କହେ ଝରଣା କୁଳୁକୁଳୁ ହୋଇ ଗୀତ ଗାଏ।
ସବୁଜିମାର ଜଙ୍ଗଲ ପଲଟେ ଆକର୍ଷଣର କେନ୍ଦ୍ରବିନ୍ଦୁ। ଓଡ଼ିଶାର ଇକୋ ଟୋରିଯିମ ଭାବରେ କେନ୍ଦୁଝର ଜିଲ୍ଲା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କେନ୍ଦୁଝର ସଦର ମହକୁମାଠାରୁ ୫୫ କିଲୋମିଟର ଦୂରରେ ରହିଛି ଖଣ୍ଡାଧାର ଜଳ ପ୍ରପାତ ଯାହା କାଦକଳା ନାମକ ଜାଗାରେ ଅବସ୍ଥିତ।ଖଣ୍ଡାଧାର ଜଳ ପ୍ରପାତ କାହିଁ କେଉଁ ଅନାଦି କାଳରୁ ପାହାଡ଼ରୁ ଝରି ଚାଲିଛି।

ଏଠାକୁ ଯେଉଁମାନେ ଥରେ ବୁଲିବାକୁ ଆସନ୍ତି ସେମାନଙ୍କ ଠାରେ ଏହି ଜଳ ପ୍ରପାତ ଘର କରି ବସେ। ତାଙ୍କ ସ୍ମୃତିକୁ ବାରମ୍ବାର ପଶିଆସେ ଝରଣାର କୁଳୁକୁଳୁ ନାଦ।କିଚିରିମିଚିରି ପକ୍ଷୀର ଶବ୍ଦ। ଆଉ କେନ୍ଦୁଝରର ସବୁଜ ସବୁଜିମା। ଅବଶ୍ୟ ଖଣ୍ଡାଧାର ଜଳ ପ୍ରପାତର ଅପର ପାର୍ଶ୍ୱରେ ସୁନ୍ଦରଗଡ ଜିଲ୍ଲା ବଣେଇ ଉପାଖଣ୍ଡରେ ଅନ୍ୟ ଏକ ଖଣ୍ଡାଧାର ଜଳ ପ୍ରପାତ ରହିଛି।ଯାହାକି ତାର ସୌନ୍ଦର୍ଯ୍ୟରେ ପର୍ଯ୍ୟଟନ ମାନଙ୍କୁ ଆକର୍ଷିତ କରିଥାଏ। କିନ୍ତୁ କେନ୍ଦୁଝର ଜଳ ପ୍ରପାତର ମଜା ହିଁ କିଛି ନିଆରା।
ଏହି ଜଳ ପ୍ରପାତର ବିଶେଶ୍ୱତ ହେଉଛି ଏହାର ଉପରୁ ପଡୁଥିବା ଜଳ ଯାହାକି ପାଖାପାଖି ୮୦୦ ଫୁଟ ଉପରୁ ପଡୁଛି । ଆଉ ଏହା ତଳେ ଚଟାଣରେ ପଡିବା ପରେ ଏକ ଭିନ୍ନ ଏକ ଶବ୍ଦ କରିଥାଏ। ଆଉ ଏହା ଏକ ମିଛ କୁହୁଡ଼ିର ଭ୍ରମ ସୃଷ୍ଟି କରିଥାଏ। ବହୁତ ଔଷଧୀୟ ଗଛ ଆଉ ପଶୁପକ୍ଷୀଙ୍କ ବାସ ସ୍ଥାନ ହେଉଛି ଏହି ଖଣ୍ଡାଧାର। ଘଂଚ ବନାନୀ ଆଉ ମନୋରମ ଦୃଶ୍ୟକୁ ଦେଖିଲେ ଆତ୍ମା ଶାନ୍ତି ହୋଇଯାଇଥାଏ ।
ଏହା ଦୂରରୁ ଖଣ୍ଡାର ଧାର ସଦୃଶ୍ୟ ଦେଖା ଯାଉଥିବାରୁ ଏହାର ନାମ ହେଉଛି ଖଣ୍ଡାଧାର। ଏହାର ବିଶେଶ୍ୱତ ଜାଣିବା ପରେ ପର୍ଯ୍ୟଟକ ମାନଙ୍କୁ ଏହି ଜାଗା ବୁଲି ଯିବାକୁ ମନ କରିଥାନ୍ତି। ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୋଲି କେବଳ କଥାରେ ନୁହେଁ ଏହା କାମରେ ମଧ୍ୟ ଏହାର ଉଦାହରଣ ହେଉଛି ଏହି ଝରଣା। ଯଦି ଆପଣ ଏହି ଜଳ ପ୍ରପାତକୁ ଆଗରୁ ବୁଲି ଦେଖିଛନ୍ତି ତାହେଲେ ଆମକୁ ନିଶ୍ଚିତ ଜଣାନ୍ତୁ। ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଲା ତାହେଲେ ଆମ ଏହି ଲେଖାକୁ ଲାଇକ ଆଉ ସେୟାର କରନ୍ତୁ।